The Topmost

“The eyes believe themselves, the ears believe other people.”

ମଧ୍ୟରାତ୍ରିରେ ମହାକାଶକୁ ଗଲା ଏଲଭିଏମ୩-ଏମ୨

ଇସ୍ରୋର ବାହୁବଳୀ ମିଶନ ସଫଳ । ମଧ୍ୟରାତ୍ରିରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ମହାକାଶକୁ ଗଲା ଏଲଭିଏମ୩-ଏମ୨ । ଯେଉଁଥିରେ ଥିଲା ୩୬ଟି ବ୍ରଡବ୍ର୍ୟାଣ୍ଡ ଯୋଗଯୋଗ ଉପଗ୍ରହ । ଏହାର ଓଜନ ସବୁଠାରୁ ଅଧିକ ଥିବାରୁ ଏହାକୁ ମିଶନ ବାହୁବଳି କୁହାଯାଏ । ଏହି ପ୍ରକ୍ଷେପଣ ଯାନ ନିଜ ସହ ନେଇଥିବା ୩୬ ଉପଗ୍ରହକୁ ସଫଳତାର ସହ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାନ କରିଛି । ଏହି ଅବସରରେ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ସମ୍ବୋଧନ କରି କହିଛନ୍ତି ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ । ଏଲଭିଏମ – ୩ ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି । ଏହାର ପରୀକ୍ଷା ନିରୀକ୍ଷା ସରି ଥିବାବେଳେ ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ.ସୋମନାଥ କହିଛନ୍ତି ।