ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ ଓ ଉର୍ବଶୀ ଗାଥା

ମହାଭାରତର ଶ୍ରେଷ୍ଠ ଧନୁର୍ଦ୍ଧର ମଧ୍ୟମ ପାଣ୍ଡବ ଅର୍ଜୁନ ବନବାସ ସମୟରେ ଶ୍ରୀକୃଷ୍ଣଙ୍କ ପରାମର୍ଶ କ୍ରମେ ତପସ୍ୟା କରି ମହାଦେବଙ୍କ ଠାରୁ ପାଶୁପତି ଅସ୍ତ୍ରର ଅଧିକାରୀ ହେଲେ। ଏହାପରେ ଦେବରାଜ ଇନ୍ଦ୍ର ଅସୁରମାନଙ୍କୁ ଦମନ କରିବା ପାଇଁ ଅର୍ଜୁନଙ୍କୁ ସ୍ୱର୍ଗ ପୁରକୁ ନେଇ ଗଲେ। ଇନ୍ଦ୍ର, ଦେବଗଣମାନେ ଅର୍ଜୁନଙ୍କୁ ଗୁଡ଼ିଏ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ। ଦିବ୍ୟାସ୍ତ୍ରର ଅଧିକାରୀ ଅର୍ଜୁନ ସ୍ଵର୍ଗପୁର ଆକ୍ରମଣ କରୁଥିବା ରାକ୍ଷସ ମାନଙ୍କୁ ସଂହାର କରିଥିଲେ। ତାପରେ ଦେବରାଜ ଇନ୍ଦ୍ର ଓ ଦେବଗଣ ଅର୍ଜୁନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।

ଦେବରାଜଙ୍କ ସୁଧର୍ମା ସଭାରେ ନୃତ୍ୟ ଗୀତର ଆସର ଚାଲିଥାଏ, ଦେବରାଜ ନିଜେ ଅର୍ଜୁନଙ୍କୁ ସମସ୍ତ ନର୍ତ୍ତକୀମାନଙ୍କୁ ଚିହ୍ନାଇ ଦେଉଥାନ୍ତି। ଅର୍ଜୁନ ସମସ୍ତଙ୍କୁ ନତ ମସ୍ତକ କରି ପ୍ରଣାମ କଲେ। ନୃତ୍ୟ ଗୀତର ଆସର ଶେଷ ହେବା ପରେ ଇନ୍ଦ୍ରଙ୍କ ଆଦେଶରେ ଉର୍ବଶୀ ଅର୍ଜୁନଙ୍କ ପାଖରେ ପହଞ୍ଚିଲେ। ଅସମୟରେ ଅର୍ଜୁନଙ୍କ ପାଖରେ ପହଞ୍ଚିବାରୁ ଅର୍ଜୁନ କହିଲେ ମାତା ଆପଣ ଡ଼କାଇଥିଲେ ମୁଁ ଆପଣଙ୍କ ପାଖରେ ପହଞ୍ଚିଥାନ୍ତି। ମାତ୍ର ଆପଣ କଷ୍ଟକରି ମୋ ପାଖକୁ ଆସିଲେ, ମା’ ଶବ୍ଦ ଶୁଣି ଉର୍ବଶୀ ଆଶ୍ଚର୍ଯ୍ୟ ହୋଇ କହିଲେ ସ୍ବର୍ଗ ପୁରରେ ଯେତେ ଅପସରା ଅଛନ୍ତି ସେମାନେ କାହାର ମାଁ, ଭଗିନୀ, ଜାୟା ନୁହନ୍ତି। ସ୍ବର୍ଗକୁ ଆସୁଥିବା ବ୍ୟକ୍ତି ନିଜ କର୍ମାନୁସାରେ ଆମକୁ ଉପଭୋଗ କରନ୍ତି ଏହା ସ୍ବର୍ଗ ରାଜ୍ୟର ନିୟମ ତେଣୁ ମୋତେ ମୋ କର୍ମ କରିବାକୁ ଆଦେଶ ଦିଅନ୍ତୁ ।

ଅର୍ଜୁନ ତାଙ୍କ ନିବେଦନକୁ ଗ୍ରହଣ ନକରି କହିଲେ କୁନ୍ତି,ମାଦ୍ରି ଯେମିତି ମୋ ମାତା ମୁଁ ଆପଣଙ୍କୁ ସେହି ଦୃଷ୍ଟିରେ ଦେଖେ ଦୟାକରି ମୋ ସହ ପୁତ୍ରସମ ଆଚରଣ କରନ୍ତୁ। ଉର୍ବଶୀଙ୍କ ଚେଷ୍ଟା ବିଫଳ ହେବାରୁ ସେ ଅଭିଶାପ ଦେଇ କହିଲେ ତୁମେ ୧ବର୍ଷ ପାଇଁ ନପୁଂସକ ଜୀବନ ବିତାଅ । ଅର୍ଜୁନ ଶାପ ଗ୍ରହଣ କଲେ ମାତ୍ର ପଥ ଭ୍ରଷ୍ଟ ହୋଇନଥିଲେ ଏବଂ ୧ବର୍ଷ ପାଇଁ ବୃହନ୍ନଳା ରୂପରେ ବିରାଟ ରାଜ୍ୟର ରାଜକୁମାରୀ ଉତ୍ତରାଙ୍କୁ ନାଚଗୀତ ଶିଖାଇଥିଲେ।। ଫଳରେ ତାଙ୍କ ଅଭିଶାପ ମଧ୍ୟ ତାଙ୍କ ପାଇଁ ଆଶୀର୍ବାଦ ରୂପେ କାମ କଲା।

https://thetopmost.in/%e0%ac%97%e0%ad%81%e0%ac%ae%e0%ac%b0%e0%ac%be%e0%ac%b9%e0%ac%b0%e0%ad%87-%e0%ac%a8%e0%ad%82%e0%ac%86-%e0%ac%af%e0%ad%8b%e0%ad%9c%e0%ac%bf/

https://thetopmost.in/scientist-develop-speech-synthesizer-for-speechless-person/

SHARE BY