The Topmost

“The eyes believe themselves, the ears believe other people.”

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ ଘୋଷଣା । ୟୁଥ୍ ମହାପଞ୍ଚାୟତ କ୍ରମରେ ଯୁବାନୀତିକୁ ନେଇ ଏକ ବଡ ଘୋଷଣା କରିଛନ୍ତି ଶିବରାଜ । ରାଜ୍ୟରେ ଥିବା ବେରୋଜଗାରୀମାନଙ୍କୁ ମାସିକ ୮ହଜାର ଟଙ୍କାର ଷ୍ଟାଇପେଣ୍ଟ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ । ଏହି ଅର୍ଥ କେବଳ ଘରୋଇ ଉଦ୍ୟୋଗ ବା ସଂସ୍ଥାନ ଦ୍ୱାରା ତାଲିମ ପାଇଥିବା ଯୁବକ ଯୁବତୀମାନଙ୍କୁ ମିଳିବ । ଆକଳନ ମୁତାବକ ମଧ୍ୟପ୍ରଦେଶରେ ଏଭଳି ବେରୋଜଗାରୀଙ୍କ ସଂଖ୍ୟା ୧କୋଟିରୁ ଅଧିକ ହେବ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମଧ୍ୟପ୍ରଦେଶର ଉଜୟୀନି ଜିଲ୍ଲାର ରୋଜଗାର କାର୍ଯ୍ୟାଳୟରେ କେବଳ ୫୮ ହଜାର ଏଭଳି ନାମ ପଞ୍ଜିକୃତ ହୋଇଛି ଯେଉଁମାନେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ । ମଧ୍ୟପ୍ରଦେଶ ସରକାର ଯେଉଁ ନିୟମ ଆଧାରରେ ଏହି ଷ୍ଟାଇପେଣ୍ଟ ଦେବାକୁ ଘୋଷଣା କରିଛନ୍ତି ସେଥିରେ ମହିଳାଙ୍କ ତୁଳନାରେ ୨ଗୁଣ ପୁରୁଷ ରହିଛନ୍ତି ।