The Topmost

“The eyes believe themselves, the ears believe other people.”

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ ଘୋଷଣା । ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ରାମଚରିତମାନସକୁ ନେଇ ବିବାଦ ଲାଗିରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏଣିକି ଅନ୍ୟ ପାଠ ପଢାଯିବା ସହିତ ଗୀତା, ରାମଚରିତମାନସ ଏବଂ ରାମାୟାଣ ଉପରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି, ଆମର ଗୀତା, ଭାଗବତ, ରାମାୟଣ, ମହାଭାରତ, ବେଦ, ଗ୍ରନ୍ଥରେ ମନୁଷ୍ୟକୁ ନୈତିକଣା ଏବଂ ଉଚିତ୍ ମାର୍ଗରେ ଚାଲିବାର ପ୍ରେରଣା ମିଳିଥାଏ । ତେଣୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୀତା, ଭାଗବତ ପଢାଯିବା ଉଚିତ୍ ।