ଦୀର୍ଘ ଦୁଇ ଦିନ ଧରି ମଧ୍ୟପ୍ରଦେଶର ଅଧିକାଂଶ ଜିଲ୍ଲାରେ ତାଣ୍ଡବ ରଚିଛି ବର୍ଷା । ଏହାରିଭିତରେ ଭୋପାଳରେ ଥିବା ଭୋଜତାଲ ହ୍ରଦରେ ଭୀଷଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ ଅନେକ କ୍ରୁଜ୍ ବୁଡିଯାଇଛି । ଏଠାରେ ଥିବା ନଦୀ ଗୁଡିକର ଜଳସ୍ତର ବଢିଚାଲିଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ହେଲେ ପ୍ରବଳ ବନ୍ୟା ଯୋଗୁଁ ଜିଲ୍ଲା ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟାହତ ହୋଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କିଛି ଇଲାକା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବାବେଳେ ଆଉ କିଛି ଅଞ୍ଚଳରେ ପବନ ଯୋଗୁଁ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ