The Topmost

“The eyes believe themselves, the ears believe other people.”

ମଧ୍ୟପ୍ରଦେଶର ଧାର୍ମିକ ସ୍ଥଳରେ ଲାଉଡ୍ ସ୍ପିକର ବ୍ୟାନ୍

ଆକ୍ସନ ମୁଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ସେ ବୁଧବାର ଶପଥ ଗ୍ରହଣ କରିଥିବାବେଳେ ରାଜ୍ୟରେ ଏକ ନୂଆ ନିୟମ ଜାରି କରିଛନ୍ତି । ସେ କହିଛନ୍ତି ରାଜ୍ୟର ଧାର୍ମିକ ସ୍ଥଳରେ ଲାଉଡ୍ ସ୍ପିକର ବ୍ୟାନ୍ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ କ୍ରମେ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନିୟମିତ କିମ୍ବା ଅନିୟନ୍ତ୍ରିତ ଶବ୍ଦ ପ୍ରସାରଣ ଉପକରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କେବ​ଳ ଅନିୟନ୍ତ୍ରିତ ସାଉଣ୍ଡ ଆମ୍ପ୍ଲିଫାୟାର ବ୍ୟବହାର ଉପରେ କଟକଣା ଲଗାଯାଇଛି । କିନ୍ତୁ ନିୟମିତ ଏବଂ ନିୟନ୍ତ୍ରିତ (ଅନୁମୋଦିତ ଡେସିବେଲ ବ୍ୟବହାର) ଉପରେ କଟକଣା ଲଗାଯାଇନାହିଁ । ଲାଉଡ ସ୍ପିକର ଦ୍ବାରା ଶବ୍ଦ ପ୍ରଦୂଷଣ ହେବା ସହ ଲୋକଙ୍କ ଦେହ ଖରାପ ହେଉଛି । ଏହାକୁ ଦୃଷ୍ଟିରେ ରଖି ସେ ଏଭଳି ଘୋଷଣା କରିଥିବା କହିଛନ୍ତି ।

SHARE BY