ଭୁବନେଶ୍ୱର: ମାର୍ଚ୍ଚ ୦୪: ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨ରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାରି ଭିତରେ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେବେ ମଧୁସ୍ମିତା ଆଚାର୍ଯ୍ୟ । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ଅଟନ୍ତି ମଧୁସ୍ମିତା । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସର ବିଧାୟକ ସୁରେଶ ରାଉତରାୟ ଏନେଇ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ସୁର ରାଉତରାୟ । ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍ ଗଣତି ହେବ। ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ। ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ। ପ୍ରତି ବୁଥ୍ରେ ୨ଟି ଇଭିଏମ୍ ରହିବ।ଗୋଟିଏ ଇଭିଏମ୍ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ୍ ଦେଇ ହେବ। ସେହିପରି ଦ୍ୱିତୀୟ ଇଭିଏମ୍ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ୍ ଦେଇ ହେବ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର