The Topmost

“The eyes believe themselves, the ears believe other people.”

ମଦ ମୃତ୍ୟୁ ମାମଲାରେ ତେଜୁଛି ଅସନ୍ତୋଷ

ବିହାର ମଦ ମୃତ୍ୟୁ ମାମଲା । ୫୩ ଛୁଇଁଲାଣି ମୃତକଙ୍କ ସଂଖ୍ୟା । ଏହାସହ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବିଷାକ୍ତ ମଦ କାରବାରରେ ସମ୍ପୃକ୍ତି ନେଇ ପୋଲିସ ଛାନଭିନ ଚଳାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇ ଥିବାବେଳେ ଏହି ଟିମରେ ୩୧ ଜଣ ପୋଲିସ ଅଫିସର ଅଛନ୍ତି । ତେବେ ଏବେ ସୁଦ୍ଧା ପ୍ରାୟ ୧୨୬ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ସ୍ଥାନୀୟ ଥାନାର SHO ଓ ଅନ୍ୟ ଜଣଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ସ୍ତରରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନକଲି ମଦ ବିକ୍ରିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବିଧାନସଭାରେ ବିରୋଧୀ ଆଜି ବି ହୋହଲ୍ଲା କରିଥିବା ବେଳେ ସରକାର ନୀତି ଅନୁପାଳନ କରୁନଥିବା ଅଭିଯୋଗ କରିଛନ୍ତି ।