ରାଜଧାନୀରେ ଏଣିକି ଖୋଲା ସ୍ଥାନରେ ମଦ୍ୟପାନ କରିବା ପଡ଼ିବ ମହଙ୍ଗା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ କଲୋନୀ, ଆବାସିକ ଅଂଚଳ, ଖଣ୍ଡଗିରି ଥାନା, କ୍ୟାପିଟାଲ ଥାନା ଅଂଚଳରେ ଥିବା ବିଭିନ୍ନ ଖଟି ଉପରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଭିଯାନ ଆଧାରରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ୧୫ଜଣଙ୍କୁ ଖଣ୍ଡଗିରି ଥାନା ଏବଂ ୧୧ ଜଣଙ୍କୁ କ୍ୟାପିଟାଲ ଥାନା ଉଠାଇ ନେଇଛି । ସେଫ୍ ସିଟି ଡ୍ରାଇଭ ଭୁବନେଶ୍ୱର ଅନ୍ତର୍ଗତ ଏହି ଅଭିଯାନ ଚଳାଇଛି କମିଶନରେଟ୍ ପୋଲିସ । ଏଥିରେ ଟିମ୍-୬୦ ଓ ସିଟିଏସ୍ ଫୋର୍ସର ଅଧିକାରୀ ନିୟୋଜିତ ହୋଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା