a man eats cats food

ମଣିଷ ଖାଉଛି ବିଲେଇ ଖାଦ୍ୟ

ଦୁନିଆରେ ଲୋକ ନିଜର ସୁଖ ସୁବିଧା ପାଇଁ ପଇସା ରୋଜଗାର କରିଥାଆନ୍ତି। ଯେପରି ସେମାନେ ଭଲ ମନ୍ଦ ଖାଇବା ସହିତ ବିଳାସ ପୂର୍ଣ୍ଣ ଜୀବନ ବଞ୍ଚି ପାରିବେ। ତେବେ ଏହି ପଇସା ଉପାର୍ଜନ କରିବାକୁ ସେମାନେ ଅନେକ କଷ୍ଟ କରିଥାଆନ୍ତି। ତେଣୁ ଏହାକୁ ସେମାନେ ସଞ୍ଚିସଞ୍ଚି ଚଳନ୍ତି। ହେଲେ ପଇସା ସଞ୍ଚିବାକୁ ଆମେରିକାର ଜଣେ ମହିଳା କରୁଛନ୍ତି ଅଜବ କାମ। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ମହିଳା ଜଣକ ହେଲେ କୋଟିପତି ଏମି ଏଲିଜାବେଥ୍। ନିଜର ଏକ ସାକ୍ଷାତ କାରରେ ଏମି କହିଛନ୍ତି ସେ ନିଜର ଗ୍ରସରୀ ଖର୍ଚ୍ଚ କମ କରିବା ପାଇଁ ବିଲେଇ ଖାଦ୍ୟ ଖାଇଥାଆନ୍ତି। ଏହା ସହ ସେ ଅନ୍ୟକୁ ମଧ୍ୟ ବିଲେଇ ଖାଦ୍ୟ ଖାଇବାକୁ ଦେଇଥାଆନ୍ତି।

ତାଙ୍କର ଏହି କାର୍ଯ୍ୟ କଳାପକୁ କେତେକ ଲୋକ ନା ପସନ୍ଦ କରିଛନ୍ତି। ତାଙ୍କର ମାସିକ ଖର୍ଚ୍ଚ ୭୨ ହଜାର। ସେ ନିଜର ଖର୍ଚ୍ଚକୁ ୭୨ହଜାରରେ ସୀମିତ କରିବାକୁ ନିଜର ଗ୍ରସରୀ ଖର୍ଚ୍ଚ କାଟିଥାଆନ୍ତି। ଏପରି କରିବା ଦ୍ୱାରା ତାଙ୍କର ଦିନକୁ ୮୦ ଡଲାର ବଞ୍ଚିଥାଏ। ୫୦ ବର୍ଷୀୟ ଏମି ନିଜ ଅତିଥିଙ୍କୁ କେତେଥର ଟୁନା ମାଛ ସହ ଚିକେନ୍ ଗ୍ରେଭି ଦେଇଛନ୍ତି। ତାଙ୍କ ବିଲେଇ ମଧ୍ୟ ଏହି ଖାଦ୍ୟ ଖାଇଥାଏ। ଏମି କହିଛନ୍ତି କେତେ ଲୋକଙ୍କୁ ବିଲେଇ ଖାଦ୍ୟ ଖାଇବା ଅଜବ ଲାଗିପାରେ , ହେଲେ ମତେ ଏହା ଠିକ୍ ଲାଗେ କାରଣ ଏଭଳି କରିବାରେ ପଇସା ବଞ୍ଚିଥାଏ। ଏହା ସହିତ ଆମି ନିଜର ୧୭ ବର୍ଷର କାର ଏ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି।

https://thetopmost.in/?tag=dumingward

https://thetopmost.in/?tag=central-board-of-trustees-cbt

https://thetopmost.in/?tag=farming-with-pvp-pipe

https://thetopmost.in/?p=2191

SHARE BY