ମଣିପୁର ହିଂସାକୁ ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଥିଲେ ସମ୍ପୂର୍ଣ୍ଣ ଭାବେ ବର୍ଜନ କରାଯାଇ ପାରିଥାନ୍ତା । ମଣିପୁରର ବିଜେପି ବିଧାୟକ ପାଓଲେଇନାଲ ହାଓକିପ୍ ଏଭଳି ବୟାନ ଦେଇଛନ୍ତି । ହିଂସା ଆରମ୍ଭରୁ ସାମାନ୍ୟ ଘଟଣାକୁ ଜୋର ଦେଇ ବନ୍ଦ କରିବାର ଥିଲା । ହେଲେ ହିଂସାକାରୀ ପରୋକ୍ଷରେ ସରକାର ଓ ପ୍ରଶାସନର ପ୍ରୋତ୍ସାହନ ପାଇଲେ । ଯାହାକୁ ସେମାନେ ଦୁରୁପଯୋଗ କରି ସାରା ରାଜ୍ୟରେ ହିଂସାକୁ ଚରମସ୍ତରକୁ ନେଲେ । କୁକି ସମ୍ପ୍ରଦାୟ ଅଞ୍ଚଳରେ ସ୍ବତନ୍ତ୍ର ଭାବେ ପ୍ରଶାସନକୁ ଆଲର୍ଟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖାଯାଇଥିଲା । ହେଲେ ସରକାରଙ୍କ ସମର୍ଥନରେ ମୈତେଇ ସମ୍ପ୍ରଦାୟ ଏହା କରେଇବାକୁ ଦେଇନଥିଲେ । ବିଜେପି ସରକାର ମଧ୍ୟ ଏହାକୁ ଅଣଦେଖା କରିଥିଲେ । ସେପଟେ ମଣିପୁର ଶାନ୍ତି ପଥରେ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି । ଗତ ୧୦ ଦିନ ଭିତରେ କୌଣସି ପ୍ରକାର ହତ୍ୟାକାଣ୍ଡ ହୋଇନାହିଁ । ହିଂସାକାରୀଙ୍କୁ ଗିରଫ କରାଯାଉଥିବା ସହ ପୋଲିସ ସଜାଗ ରହିଛି ବୋଲି ସରକାର କହିଛନ୍ତି । ଯେତେବେଳେ କି ବିରୋଧୀ ଏହାକୁ ମିଛ ବୋଲି କହିବା ସହ ହିଂସା ଏବେ ବି ଚରମସ୍ତରରେ ଅଛି ବୋଲି କହିଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ