ମଣିପୁର ଲଜ୍ଜା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି କ୍ଷମା କରାଯିବ ନାହିଁ । ମଣିପୁର ଘଟଣାକୁ ନେଇ ମୋର ହୃଦୟ ପୀଡା ଓ କ୍ରୋଧରେ ଭରି ଯାଉଛି । ଏହି ଘଟଣା ପାଇଁ ପୂରା ଦେଶକୁ ଲଜ୍ଜିତ ହେବାକୁ ପଡୁଛି । ଏଭଳି ଘଟଣାକୁ ସଭ୍ୟ ସମାଜ କେବେ ବି ଗ୍ରହଣ କରିବନି । ମୁଁ ଦେଶବାସୀଙ୍କୁ କଥା ଦେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ତା ବାଟରେ ନିଶ୍ଚୟ କାମ କରିବ । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଜବୁତ କରନ୍ତୁ । ଖାସକରି ମହିଳା ମାନଙ୍କ ସୁରକ୍ଷା ପାଇଁ କଠିନରୁ କଠିନ ପଦକ୍ଷେପ ନିଅନ୍ତୁ । ରାଜନୀତିରୁ ଉପରକୁ ଉଠି ମହିଳାଙ୍କ ସମ୍ମାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବନି । ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ