କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ । ମଣିପୁର ମାମଲାରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ମଧ୍ୟାହ୍ନ ୧୨ଟାରୁ ଆଲୋଚନା ଆରମ୍ଭ ହୋଇଛି । ବିରୋଧୀ ମଣିପୁର ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସଂସଦରେ ଦାବି କରିଥିଲେ । ଏହି ଦାବି ପୂରଣ ନହେବା ପରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ସରକାର ବିରୋଧରେ ଆଣିଛନ୍ତି । କଂଗ୍ରେସ ପକ୍ଷରୁ ଗୌରବ ଗୋଗଇ ଏବଂ ବିଜେପି ପକ୍ଷରୁ ନିଶିକାନ୍ତ ଦୁବେ ଆଲୋଚନା ଆରମ୍ଭ କରିଥିଲେ । ଏନସିପି ପକ୍ଷରୁ ସୁପ୍ରିୟା ସୁଲେ ନିଜର ମତ ରଖିଥିଲେ । ସେ କହିଥିଲେ ୯ ବର୍ଷର ସରକାରରେ ଦରଦାମ ବୃଦ୍ଧି ହୋଇଛି । କୃଷକଙ୍କ ସମସ୍ୟା ବଢିବାରେ ଲାଗିଛି । ୯ ରାଜ୍ୟରେ ସରକାରକୁ ଭାଙ୍ଗିଦେଇଛି ଏହି ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଯାହାଙ୍କ ସରକାର ମଣିପୁରରେ ଅଛି ସେଠି ମହିଳାଙ୍କ ବିରୋଧରେ ଉତ୍ପୀଡନ ବଢିବାରେ ଲାଗିଛି । ଆମେ ତାଙ୍କର ସାଥ କେମିତି ଦେବୁ । ମୁଁ ବନ୍ଦେ ଭାରତ ବିରୋଧରେ ନାହିଁ କିନ୍ତୁ ଏହା ଗରିବଙ୍କ ପାଇଁ ନୁହେଁ ।
“The eyes believe themselves, the ears believe other people.”
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ