ପୁଣିଥରେ ଉଗ୍ରରୂପ ନେବାରେ ଲାଗିଛି ମଣିପୁର ହିଂସା । ଇମ୍ଫାଲ ଠାରେ ରବିବାର ଦିନ କିଛି ଅସାମାଜିକ ବ୍ୟକ୍ତି ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେବାରୁ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଯାଇଛି । ଏହି ୩ଜଣଙ୍କ ମଧ୍ୟରେ ଥିଲେ କୁକି ଜାତିର ଜଣେ ପୁରୁଷକୁ ବିବାହ କରିଥିବା ମୈତି ସଂପ୍ରଦାୟର ଜଣେ ମହିଳା, ତାଙ୍କ ପୁଅ ଓ ଅନ୍ୟଜଣେ ସଂପର୍କୀୟ । ଏନେଇ ମୃତକଙ୍କ ଗାଁ ଲୋକ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଆମ୍ବୁଲାନ୍ସଟି ଗୋଟିଏ ଛୋଟପିଲାକୁ ମେଡିକାଲ ନେଇ ଯାଉଥିବା ବେଳେ ପୋଲିସ କର୍ମୀମାନଙ୍କ ଦ୍ୱାରା ଗାଡିଗୁଡିକୁ ସୁରକ୍ଷା ଦିଆଯାଉଥିଲା । ହେଲେ ଏହି ଭିଡ ମଧ୍ୟରେ କିଛି ଦଙ୍ଗାକାରୀ ଆମ୍ବୁଲାନ୍ସରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣା ଲାମ୍ଫେଲ ଥାନା କ୍ଷେତ୍ର ଡରୋଇସେମ୍ବା ଅଞ୍ଚଳରେ ଘଟିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ