ରାଜ୍ୟ ଓ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ପରେ ବି ମଣିପୁରରେ ଥମୁନି ହିଂସା । ଚାରିଆଡେ ସୁରକ୍ଷା ବଳୟ ଥିବା ସତ୍ତ୍ବେ କିଛି ଉଗ୍ରବାଦୀ ଘଟାଇଛନ୍ତି ଭୟଙ୍କର ଘଟଣା । ସୂଚନା ମୁତାବକ, ମଣିପୁର ଇମ୍ଫାଲ ବେଷ୍ଟ ଜିଲ୍ଲାରେ ସୁରକ୍ଷାବଳ ଯବାନଙ୍କ ବେଶରେ ଆସି ଉଗ୍ରବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ଯବାନଙ୍କ ପୋଷାକରେ ଆସି ଲୋକଙ୍କୁ ବାହାରକୁ ଡାକିନେଇ ସେମାନଙ୍କ ଉପରେ ଆଖିବୁଜା ଗୁଳି ବର୍ଷାଇଛନ୍ତି । ଫଳରେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହେବା ସହ ଏକାଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେନା ୟୁନିଫର୍ମରେ ଥିବା ଉଗ୍ରବାଦୀମାନେ ସ୍ପେଶାଲ କମ୍ବିଂ ଚାଲିଥିବା କହି ଲୋକଙ୍କୁ ଘରୁ ବାହାରକୁ ଆସିବାକୁ ଡାକିଥିଲେ । ଲୋକେ ବାହାରକୁ ଆସିବାରୁ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ