ମଣିପୁରରେ ସ୍ଥିତି ନିୟନ୍ତ୍ରଣ ସହ ଶାନ୍ତି ଫେରାଇ ଆଣିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିର୍ଦ୍ଦେଶ । ସୁପ୍ରିମକୋର୍ଟ କହିଛନ୍ତି, ମଣିପୁରରେ ହିଂସା ବୃଦ୍ଧି ପାଇଁ ସର୍ବୋଚ୍ଚ ଅଦାଲତଙ୍କୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରାନଯାଉ । ଏନେଇ କୁକୀ ଓ ମିତେଇ ସମ୍ପ୍ରଦାୟ ପାଇଁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ସତର୍କ କରାଇବା ସହିତ କିଛି ପରାମର୍ଶ ଦେଇଛନ୍ତି । ଅଭିଯୋଗ ପରେ ଅଭିଯୋଗ ଆଣି ହିଂସା ବଢ଼ାଇବା କାମରୁ ବିରତ ରହନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନଜୀବୀ କଲିନ ଗନସାଲଭେସ ଅଭିଯୋଗ କରିଥିଲେ ଯେ, କୁକୀ ସଂପ୍ରଦାୟ ବିରୋଧରେ ସରକାରଙ୍କ ପକ୍ଷରୁ ହିଂସାକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପି. ଏସ୍. ନରସିଂହ ହସ୍ତକ୍ଷେପ କରିଛନ୍ତି । କହିଛନ୍ତି, ମଣିପୁରରେ ହିଂସା ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ଲାଟଫର୍ମ ଭାବେ ବ୍ୟବହାର କରାନଯାଉ । ବରଂ ଆଇନଜୀବୀ ଗନସାଲଭେସ କିଛି ଗଠନମୂଳକ ପରାମର୍ଶ ଦିଅନ୍ତୁ । ସେହିପରି ମଣିପୁରରେ ଗୁରୁତ୍ବପୂର୍ଣ୍ଣ ରାଜପଥକୁ ଅବରୋଧମୁକ୍ତ କରିବା ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର