ମଣିପୁରରେ ହିଂସା ଥମିବାର ନାଁ ନେଉନି । ଥୋବଲ ଜିଲ୍ଲାର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଆକ୍ରମଣ କରିଥିଲେ । ଭିଡ଼ ରୋକିବାକୁ ସୁରକ୍ଷାକର୍ମୀ ପ୍ରଥମେ ଟିୟର ଗ୍ୟାସ୍ ପରେ ରବର ଗୋଲି ଫିଙ୍ଗିଥିଲେ । ଲୋକ ତାକୁ ଖାତିର ନକରିବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ ସୁରକ୍ଷାକର୍ମୀ । ଏଥିରେ ୨୭ ବର୍ଷୀୟ ଜଣେ ଯୁବକ ରୋନାଲ୍ଡୋଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ୟକ୍ତ ଲୋକ ସେନାର ସବୁ ଗାଡ଼ି ପୋଡିଦେଇ ଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ମୌତେଇ ସମୁଦାୟର ଏସଟି ମାନ୍ୟତା ଦାବିକୁ ବିରୋଧ କରି ମେ ୩ରେ ପାହାଡି ଜିଲ୍ଲାରେ ଆଦିବାସୀ ଏକଜୁଟ ମାର୍ଚ୍ଚ ଆୟୋଜିତ ହୋଇଥିଲା । ସେହିଦିନଠାରୁ ହିଁ ମଣିପୁରରେ ହିଂସା ଆରମ୍ଭ ହୋଇଛି । ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ