() ଏଣିକି ମଝି ଚିଲିକାରେ ହେବ ସେଲିବ୍ରେସନ ଆଉ ଚାଲିବ ହାଉସ୍ ବୋଟ୍ । ପାଣିରେ କଟିବ ରାତି, ମିଳିବ ରେଷ୍ଟୁରାଣ୍ଟ ଖାଦ୍ୟ । ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରି ଯାପନ ବ୍ୟବସ୍ଥାର ମଜା ନେବେ ପର୍ଯ୍ୟଟକ । ରାଜ୍ୟରେ ପ୍ରଥମ ଥର ପାଇଁ ପାଣି ଭିତରେ ମିଳିବ ଲଗ୍ଜୁରିୟସ ସୁବିଧା । ପର୍ଯ୍ୟଟନର ଶ୍ରୀବୃଦ୍ଧି କରିବାକୁ ରାଜ୍ୟ ସରକାର ନୀଳାମ୍ବୁ ଚିଲିକାରେ ଭସାଇବାକୁ ଯାଉଛନ୍ତି ଗରୁଡ । ଜୁନ ୯ ତାରିଖରେ ଏହି ହାଇ ଫ୍ୟାସିଲିଟ ହାଉସବୋଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏନେଇ ସୂଚନା ଦେଇଛି ପରିଚାଳନା ଦାୟିତ୍ୱ ନେଇଥିବା ବିକାଶ ଇକୋ ରିସୋର୍ଟସ । ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯିବ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି । ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି ।
ତେବେ ଏଥିରେ ୩୦ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।
https://thetopmost.in/scientists-report-on-stars-life-circle-secret/
https://thetopmost.in/vienas-people-give-tribute-to-ukraine-mass-who-died-in-war/
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ