The Topmost

“The eyes believe themselves, the ears believe other people.”

ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ

ଆସନ୍ତାକାଲି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ । ମଙ୍ଗଳବାର ୧୨ଜଣ ମନ୍ତ୍ରୀ ନେବେ ଶପଥ । ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ । ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ସିନ୍ଦେ ଦଳରୁ ଗୁଲାବ ରଘୁନାଥ ପାଟିଲ, ସାଦା ସରବନକର ଏବଂ ଦୀପକ ବସନ୍ତ କେସରକର ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।

SHARE BY