ଉତ୍ତରପଶ୍ଚିମ ପାକିସ୍ତାନର ପେଶାୱର ନିକଟରେ ଭୟଙ୍କର ଦୁର୍ଘଟଣା । ବସ୍ – କାର ମୁହାଁମୁହିଁ ଧକ୍କାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା । ସୂଚନା ଅନୁସାରେ, ଦୁର୍ଘଟଣା ଗିଲଗିତ୍ ବାଲତିସ୍ତାନ ଇଲାକାର ଦିଆମିର ସତିଆଲ ଚୌକ ନିକଟରେ ଘଟିଛି । ପୋଲିସର ସୂଚନା ଅନୁସାରେ ବସଟି ଗିଲଗିତରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଉଭୟ କାର ଓ ବସ୍ ଏକ ଘାଇକୁ ଖସିପଡିଥିଲେ । ଯାହାଦ୍ବାରା ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା