ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତା ଡିଭାଇଡର୍ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାରେ ୪ଜଣ ବ୍ୟକ୍ତି ମୃତ ସହ ୨ଜଣ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା । ବିଳମ୍ବିତ ରାତିରେ ‘ଦିଲ୍ଲୀ ଟ୍ରାନ୍ସ୍ପୋର୍ଟ କର୍ପୋରେସନ୍’ ବସ୍ ଡିପୋ ନିଟକ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍ଟି ଦୁର୍ଘଟଣା ଘଟାଇଥିଲା । ତେବେ ମୃତ ବ୍ୟକ୍ତିମାନେ ହେଉଛନ୍ତି ୫୨ ବର୍ଷିୟ କରିମ୍, ୨୫ ବର୍ଷିୟ ଛୋଟେ ଖାଁ, ୩୮ ବର୍ଷିୟ ଶାହା ଆଲମ୍ ଏବଂ ୪୫ ବର୍ଷିୟ ରାହୁ । ଆହତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୧୬ ବର୍ଷିୟ ମନୀଷ ଏବଂ ୩୦ ବର୍ଷିୟ ପ୍ରଦୀପ । ଦୁର୍ଘଟଣା ବେଳେ ସେମାନେ ରାସ୍ତା ଡିଭାଇଡର୍ ଉପରେ ଶୋଇଥିଲେ । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତର କହିବା ବେଳେ ୪ର୍ଥ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ସୂଚନା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ