ଆଜିବି ଫାଇଲିନ୍ ବାତ୍ୟା ମନେ ପଡିଲେ ଭୟ ଓ ଆତଙ୍କରେ ଶିହରୀ ଉଠୁଛି ଶରୀର । ମନରୁ ଲିଭୁନି ବାତ୍ୟାର ଦୁଖଃଦ ଚିତ୍ର । ସେହି ଭୟଙ୍କର ବାତ୍ୟାକୁ ଆଜି ପୁରିଛି ୧୦ ବର୍ଷ । ୨୦୧୩ ମସିହା ଅକ୍ଟୋବର ୧୩ ତାରିଖ, ଆଜିର ଦିନ । ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା । ଅକ୍ଟୋବର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଭୟଙ୍କର ବାତ୍ୟା ଫାଇଲିନ । ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ କରିଥିଲା ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ପବନର ବେଗ ଥିଲା ପାଖାପାଖି ୨୨୦ କିଲୋମିଟର । ବାତ୍ୟାରେ ଅଧିକ କ୍ଷତି ସହିଥିଲା ଗଞ୍ଜାମ ଜିଲ୍ଲା । ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସରକାରଙ୍କ ମିଶନ ଜିରୋ କାଜୁଆଲଟି ପାଇଁ ବଡ଼ ଅଘଟଣରୁ ବର୍ତ୍ତିଥିଲା ଓଡ଼ିଶା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା