The Topmost

“The eyes believe themselves, the ears believe other people.”

ଭୟଙ୍କର ଅଗ୍ନିକାଣ୍ଡରେ ୨ ମୃତ, ୭ ଗୁରୁତର

ଲକ୍ଷ୍ନୌ ଲେବାନା ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ହଜରତଗଞ୍ଜରେ ଥିବା ଏହି ହୋଟେଲରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡ କାରଣରୁ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ଜୀବନ ଯାଇଛି । ହୋଟେଲ ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରାଯାଉ ଥିବାବେଳେ ଏବେ ମଧ୍ୟ ୫ ଜଣ ଫସି ରହିଛନ୍ତି । ସେହିପରି ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୭ ଜଣ ଆହତ ହୋଇ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଦ୍ଧାର କାଯ୍ୟରେ ୩ଟି ଅଗ୍ନିଶମ ବାହିନୀର ଗାଡି ସହ ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ ରହିଛି । ହୋଟେଲର କାଚ ଭାଙ୍ଗି ରୁମ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଜରୁରୀକାଳୀନ ଉଦ୍ଧାରକାରୀ ଦଳ । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଛି ବୋଲି କହିଛି ଅଗ୍ନିଶମ ବିଭାଗ ।