The Topmost

“The eyes believe themselves, the ears believe other people.”

ଭୋପାଳ ମଦର ଇଣ୍ଡିଆ କଲୋନୀରେ କ୍ଲୋରିନ୍ ଗ୍ୟାସ୍ ଲିକ୍

ଭୋପାଳ ମଦର ଇଣ୍ଡିଆ କଲୋନୀରେ କ୍ଲୋରିନ୍ ଗ୍ୟାସ୍ ଲିକ୍ । ଏଠାରେ ଥିବା ୱାଟର ପ୍ଲାଣ୍ଟରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହେବାରୁ ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଦୂର ସ୍ଥାନକୁ ପଳାଇବାକୁ ଲାଗିଥିଲେ । ଏହାସହ ସେମାନଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା । କେବଳ ଏତିକି ନୁହେଁ ଅଣନିଶ୍ୱାସୀ ହୋଇ ଅଚେତ ହୋଇପଡିଥିବା ୧୧ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ କୈଳାଶ ସାରଙ୍ଗ ହସ୍ପିଟାଲରେ ପହଞ୍ଚି ସେମାନଙ୍କୁ ଚିକିତ୍ସା ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଭୋପାଳ ଜିଲ୍ଲାପାଳ ଅବିନାଶ ଲାଭାନିଆ କହିଛନ୍ତି ଯେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ବିଷୟରେ ସୂଚନା ପାଇବା ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ୩ ଜଣ ରୋଗୀଙ୍କୁ ଆମ୍ବୁଲାନ୍ସରେ ହମିଦିଆ ଡାକ୍ତରଖାନାକୁ ନିଆଯାଇଥିଲା । ମଧ୍ୟପ୍ରଦେଶ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଏକ ଟ୍ୱିଟରେ କହିଛନ୍ତି ଯେ ହମିଦିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଛି । ଡାକ୍ତର ଏବଂ ଡାକ୍ତରଖାନା ପରିଚାଳନା ଉପଯୁକ୍ତ ଚିକିତ୍ସା ପାଇଁ ତୁରନ୍ତ କାର୍ଯ୍ୟ କରୁଛନ୍ତି । ଏହାସହ ଘଟଣାର ସ୍ଥିତି ସମୀକ୍ଷା କରାଯିବା ସହ ଉପଯୁକ୍ତ ପଦକ୍ଷେପ ନିଆଯିବ ।