() ଭୋପାଳ ମଝଗାଓଁରୁ ସାମ୍ନାକୁ ଆସିଲା ହୃଦୟ ହିଦାରକ ଦୃଶ୍ୟ । ଭଉଣୀର ଚିତାକୁ ଡେଇଁ ଭାଇର ଆତ୍ମହତ୍ୟା । ଯାହାକି ପୂରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ମଝଗାଁଓଁର ପ୍ରୀତି ଦାଙ୍ଗୀ ନାମକ ଯୁବତୀ ଜମିକୁ ଯାଇ ନିଖୋଜ ହୋଇ ଯାଇଥିଲେ । ତେବେ ରବିବାର ସକାଳୁ ତାଙ୍କର ମୃତଦେହ ଗାଁ ନିକଟ ଏକ କୂଅ ଭିତରୁ ମିଳିଥିଲା । ମାମଲାକୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବସତ୍କାର ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ତେବେ ଭଉଣୀର ମୃତ୍ୟୁରେ ସେ ଏତେ ଭାଙ୍ଗିପଡିଥିଲେ ଯେ, ହଠାତ୍ ଭଉଣୀ ଚିତା ନିଆଁକୁ ଡେଇଁ ପଡିଥିଲେ । ଚିତ୍କାର ଶୁଣି ପାଖରେ ଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ହେଲେ ତାଙ୍କ ଶରୀରର ଗୁରୁତର ଭାବେ ପୋଡିଯାଇଥିବାରୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସେପଟେ ପ୍ରଥମେ ଝିଅ ଓ ପରେ ପୁଅକୁ ଅକାଳରେ ହରାଇ ଭାଙ୍ଗି ପଡିଛି ପୂରା ପରିବାର ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ