ପ୍ରବାସୀ ଭୋଟର ତଥା ଦାଦନ ଶ୍ରମିକଙ୍କ ପାଇଁ ଖୁସି ଖବର । ଭୋଟ୍ ଦେବାକୁ ହେଲେ ସେମାନଙ୍କୁ ଆଉ ଭୋଟ୍ କେନ୍ଦ୍ରକୁ ଯିବାକୁ ପଡ଼ିବନି । ଯେଉଁଠି ଥିବେ ସେଇଠି ରହି ଭୋଟ୍ ଦେଇ ପାରିବେ । ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇପାରିବେ । ଏଥିପାଇଁ ପରୀକ୍ଷାମୂଳକ ଭାବେ ରିମୋଟ ଭୋଟିଂ ବ୍ୟବସ୍ଥା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହାକୁ ରିମୋଟ୍ ଇଲେକଟ୍ରୋନିକ୍ ଭୋଟିଂ ମେସିନ କୁହାଯାଉଛି । ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ । ଗୋଟିଏ ରିମୋଟ୍ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍