ପାକିସ୍ତାନରେ ସାଧାରଣ ମତଦାନ ଚାଲିଥିବା ସମୟରେ ଆତଙ୍କୀ ଆକ୍ରମଣ ହୋଇଛି । ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଭ୍ୟାନ୍ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆଇଇଡି ବିସ୍ଫୋରଣ କରିବା ପରେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ପୁରା ଇଲାକାରେ ତ୍ତହଇଚଇ ସୃଷ୍ଟି ହୋଇଥିଲା । ସୂଚନା ମୁତାବକ, ଖୈବର ପଖତୁନଖୱାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଅଧଘଣ୍ଟାରୁ ଅଧିକ ସମୟ ଧରି ଗୁଳିମାଡ କରିଥିଲେ । ତେବେ ଭୋଟ ଗ୍ରହଣର ଠିକ୍ ଦିନକ ପୂର୍ବରୁ ଅଶାନ୍ତ ବେଲୁଚିସ୍ତାନପ୍ରାନ୍ତରେ ବିସ୍ଫୋରଣରେ ପାଖାପାଖି ୫୦ ଲୋକଙ୍କ ଜୀବନ ଯାଇଥିଲା ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି