ଆଜି ସୂର୍ଯ୍ୟକିରଣ ଏୟାରସୋ’ର ଫୁଲ୍ ରିହର୍ସଲ ଅନୁଷ୍ଠିତ ହେବ । ଦିନ ୧୦ଟାରେ ଫୁଲ୍ ଡ୍ରେସ ରିହର୍ସଲ କରିବ ସୂର୍ଯ୍ୟକିରଣ ଟିମ୍ । ଆସନ୍ତାକାଲି ଭୁବନେଶ୍ୱରରେ ବାୟୁସେନା ପକ୍ଷରୁ ପୂରା ସୋ’ ପ୍ରଦର୍ଶିତ କରାଯିବ । ଏହା ପୂର୍ବରୁ ବୁଧବାର ବାୟୁସେନାର ବରିଷ୍ଠ ଅଧିକାରୀ ଓ ଡିସିପି କୁଆଖାଇ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ସୂର୍ଯ୍ୟକିରଣ ଏୟାର ସୋ’ ୧୮ରୁ ୨୦ ମିନିଟ୍ ବିଶିଷ୍ଟ ହେବ । ଭୂମିର ୫୦୦ରୁ ୧ହଜାର ଫୁଟ୍ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିବ । ପ୍ରଥମ ପର୍ଯ୍ୟାୟରେ ଏକକାଳୀନ ୯ଟି ବିମାନ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏଁ ବିମାନ ଘଣ୍ଟାପ୍ରତି ୧୬୦୦ କିଲୋମିଟର ବେଗରେ ୨୦୦ରୁ ୩୦୦ ଫୁଟ୍ ଉଚ୍ଚରେ କୌଶଳ ଦେଖାଇବେ । ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ସୂର୍ଯ୍ୟକରଣ ସୋ’ ପ୍ରଦର୍ଶନ ହେବ । ବଡ଼ କଥା ହେଉଛି ଏହି ପ୍ରଦର୍ଶନରେ ସାମିଲ୍ ହେବେ ମହିଳା । ଏହି ସୋ’ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହେବ । ଏହା ପରେ ୧୮ ତାରିଖରେ ବାୟୁସେନାର ଏୟାର ସୋ ପୁରୀରେ ହେବ ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା