ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ବିଶେଷକରି ରାଜଧାନୀ ବେଜିଂରେ ସଂକ୍ରମଣ ଥମିବାର ନାଁ ନେଉନାହିଁ । ସଂକ୍ରମଣ ବଢ଼ୁଥିବାରୁ ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଜିଂରେ ଦୋକାନ ବଜାର ବନ୍ଦ ଥିବା ବେଳେ ରେଷ୍ଟୁରାଂଟ ଗୁଡ଼ିକ ଜନଶୂନ୍ୟ ହୋଇପଡ଼ିଛି । ଫଳରେ ଚୀନର ରାଜଧାନୀ ଏବେ ଭୂତର ସହର ଭଳି ଲାଗୁଛି । କୋଭିଡ୍ ପରୀକ୍ଷା କେନ୍ଦ୍ର, ଆଇସିୟୁ ଏବଂ କ୍ୱାରେଂଟିନ୍ ସେଂଟର ଅଧିକ ମାତ୍ରାରେ ପ୍ରସ୍ତୁତ କରି ସରକାର ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ ଥିବା ବେଳେ ଜନସାଧାରଣ କିନ୍ତୁ ଏଥିରେ ସହଯୋଗ କରୁନାହାନ୍ତି । ଏପରିକି ସାଧାରଣ ଜନତା ସରକାରଙ୍କ ଜିରୋ କୋଭିଡ୍ ନୀତିର ତୀବ୍ର ବିରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ସେଥିପାଇଁ ପ୍ରଶାସନ କଠୋର ନୀତି ଲାଗୁ କରିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍