ଭୂକମ୍ପରେ ଥରିଉଠିଲା ନେପାଳ । ୬.୪ ତୀବ୍ରତାରେ ଥରି ଉଠିଲା ନେପାଳ । ଏବେ ସୁଦ୍ଧା ୧୨୮ଜଣ ନେପାଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଅନେକ ଘର ମଧ୍ୟ ଦବି ଯାଇଛି । ଅନେକ ଲୋକ ଏହି ସବୁ ଘର ତଳେ ଚାପି ହୋଇ ରହି ଯାଇଛନ୍ତି । ଭୂକମ୍ପର କେନ୍ଦ୍ର ନେପାଳର କାଠମାଣ୍ଡୁ ଠାରୁ ଉତର ପୂର୍ବରେ ୨୫୦ କିଲୋମିଟର ଦୂର ଜାଜରକୋଟ ଜିଲ୍ଲା ଥିବା ଜଣାପଡିଛି । ଭୂକମ୍ପରେ ଜାଜରକୋଟ ଓ ରୁକୁମ ଜିଲ୍ଲା ଅଧିକ କ୍ଷତିଗ୍ରସ୍ଥ ହୋଇଛି । ରାତି ୧୧ଟା ୪୭ମିନିଟରେ ନେପାଳର ବିଭିନ୍ନ ଅଂଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ