The Topmost

“The eyes believe themselves, the ears believe other people.”

Turkish boy Poyraz is carried to an ambulance after being rescued alive from rubbles in the aftermath of a deadly earthquake in Kahramanmaras, Turkey February 10, 2023. REUTERS/Berkcan Zengin

ଭୂକମ୍ପରେ ଶ୍ରୀହୀନ ହୋଇଛି ତୁର୍କୀର ଐଶ୍ବର୍ଯ୍ୟ

ଭୂକମ୍ପରେ ଶ୍ରୀହୀନ ହୋଇଛି ତୁର୍କୀର ଐଶ୍ବର୍ଯ୍ୟ । ଶବର ସହର ପାଲଟିଛି ସିରିୟା । ପ୍ରତି ପାଦେ ପାଦେ ପ୍ରଳୟର ଚିତ୍ର । ୪୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଭାବିତ ହୋଇଛନ୍ତି ୭୦ଲକ୍ଷ ଶିଶୁ । କଅଁଳ ବୟସରେ ଅଜାଡ଼ି ହୋଇପଡ଼ିଛି ଦୁଃଖର ପାହାଡ଼ । ଦୈବ ଦୁର୍ବିପାକରେ ସର୍ବସ୍ବ ହରାଇ ରାସ୍ତା, ମଲ, ସ୍କୁଲ, ମସଜିଦ, ବସ୍ ଷ୍ଟାଣ୍ଡ ଓ ବ୍ରିଜ ତଳେ ଦିନ କାଟୁଛନ୍ତି । ତୁର୍କୀରେ ପ୍ରାୟ ୪୬ଲକ୍ଷ ଶିଶୁ ପ୍ରଭାବିତ ହୋଇଥିବା ବେଳେ ସିରିୟାରେ ୨୫ଲକ୍ଷ ଶିଶୁ ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ପରିବାର ଓ ଶିଶୁଙ୍କୁ ୟୁନିସେଫ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ତେବେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସହାୟତା ହାତ ବଢ଼ାଇବାକୁ ୟୁନିସେଫ ଅପିଲ କରିଛି ।