ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ । ୩ ମହଲା ବିଶିଷ୍ଟ ଏକ ରାଇସ ମିଲ୍ କୋଠା ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ଜଣ ଆହତ ହୋଇଥିବା ବେଳେ କେତେଜଣ ଏବେ ବି ବିଲ୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗତକାଲି ବିଳମ୍ବିତ ରାତିରେ ମିଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଶୋଇଥିବା ବେଳେ କୋଠା ଭୁଶୁଡ଼ିଥିବାରୁ ଅନେକ ଲୋକ ଭିତରେ ଫସି ରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଶହେ ଜଣଙ୍କୁ ଉଦ୍ଧାର କରିଛି । ଏନଡିଆରଏଫ ଟିମ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ମିଲ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ