ରେଲୱେ ଷ୍ଟେସନରୁ ଇଂଜିନିୟରିଂ ଛାତ୍ରୀ ନିଖୋଜ । ନିଖୋଜ ଛାତ୍ରୀ ଜଣକ ପଶ୍ଚିମବଙ୍ଗ ଚବିଶପ୍ରଗଣାର ସୁଇଟି ରଏ । ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ ହୋଇ ଥିବାବେଳେ ଗତକାଲି ହାଓ୍ୱଡାରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସେ ତାଙ୍କ ମାଙ୍କୁ ଫୋନ କରିଥିଲେ । ଏବଂ ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି । ଶେଷ ଥର ପାଇଁ ସୁଇଟିଙ୍କ ଲୋକେସନ ଭୁବନେଶ୍ୱର ଦେଖାଉଥିବା ସୂଚନା ମିଳିଛି । ସେପଟେ ନିଖୋଜ ନେଇ ଭୁବନେଶ୍ୱର ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ପରିବାର । ସୁଇଟିଙ୍କ ବାପା ଜଣେ ବିଏସଏଫ ଯବାନ ହୋଇ ଥିବାବେଳେ ଉଭୟ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚିବେ । ତେବେ ନିଖୋଜ ପଛର ପିରକୃତ ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ