The Topmost

“The eyes believe themselves, the ears believe other people.”

ଭୁବନେଶ୍ୱରରେ ବିଜେପି ଓଡିଶା ପ୍ରଭାରୀ ସୁନିଲ ବଂଶଲ

ଭୁବନେଶ୍ୱରରେ ବିଜେପି ଓଡିଶା ପ୍ରଭାରୀ ସୁନିଲ ବଂଶଲ । ସେ ୨ ଦିନିଆ ଓଡିଶା ଗସ୍ତରେ ଥିବାବେଳେ ଦାୟିତ୍ବ ନେବାପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ତରଫରୁ ସୁନିଲଙ୍କୁ ସ୍ୱାଗତ କରାଯାଇଛି । ଏୟାରପୋର୍ଟରୁ ସିଧାସଳଖ ବିଜେପି ରାଜ୍ୟ କାଯ୍ୟାଳୟକୁ ଯାଇଛନ୍ତି ସୁନିଲ୍ ବଂଶଲ । ତେବେ ଅପରାହ୍ନରେ ରାଜ୍ୟ ସଭାପତି, ଓ ଦଳର ବରିଷ୍ଠ ନେତା ଓ ରାଜ୍ୟର ସାଧାରଣ ସମ୍ପାଦକଙ୍କ ସହ ପ୍ରାଥମିକ ଆଲୋଚନା କରିବେ । ଅନ୍ୟପଟେ ସନ୍ଧ୍ୟାରେ ସେ ପୁରୀ ଯାଇପାରନ୍ତି । ଏହାସହ ୨୦୨୪ ନିର୍ବାଚନ ନେଇ ନିର୍ବାଚନୀ ରଣନୀତି ଉପରେ ଦଳୀୟ କର୍ମୀଙ୍କ ସହ ସେ ଆଲୋଚନା କରିବେ ।