ଓଡ଼ିଶା ଲେଖୁଛି ସଫଳତାର କାହାଣୀ । ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ପର ଆଇଟି ହବ୍ ପାଲଟିଛି ଭୁବନେଶ୍ବର । ଆଇଟି ଓ ବିପିଓ କ୍ଷେତ୍ରରେ ବିଶ୍ବସ୍ତରୀୟ ହେଉଛି ଓଡ଼ିଶା । ଓଡ଼ିଶାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଆଇଟି ଓ ବିପିଓ କମ୍ପାନୀ । ଏହି କ୍ରମରେ ଆଜି ଭୁବନେଶ୍ବରରେ ଖୋଲିଛି କନସେନଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଓଡ଼ିଶାରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ । ପୂର୍ବରୁ ଭୁବନେଶ୍ବରରେ ଆଇବିଏମ, ହାପିଏଷ୍ଟ ମାଇଣ୍ଡ, ଇନଟେକଚର ଟେକ୍, ଇନୋଭେୟାର ଓ ଡେଲଏଟ ଭଳି ଆଇଟି କମ୍ପାନୀ ଓଡ଼ିଶାରେ ନିଜର ଶାଖା ଖୋଲି ସାରିଛନ୍ତି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍