ୟୁପି ସାହାରନପୁରରେ ଆଜାଦ ସମାଜ ପାର୍ଟି ବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ । କେତେକ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ ଦେଖିବାକୁ ମିଳୁଛି ଯେ ଗୁଳି ତାଙ୍କ ଅଣ୍ଟାକୁ ଛୁଇଁ ବାହାରି ଯାଇଛି । ଏଥିସହିତ ତାଙ୍କ କାରର କାଚ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଆକ୍ରମଣ ପରେ ଚନ୍ଦ୍ରଶେଖର ଆଜାଦଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସାହାରନପୁର ଏସଏସପି ଡ. ବିପିନ ଟାଡା ଏହି ଆକ୍ରମଣ ସଂପର୍କରେ ଡିଜିପି ବିଜୟ କୁମାରଙ୍କୁ ଫୋନ ଯୋଗେ ଜଣାଇଛନ୍ତି । ଚନ୍ଦ୍ରଶେଖର ଆଜାଦଙ୍କୁ ସୁରକ୍ଷା ଦିଆଯାଉ ବୋଲି କହି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୀମ ଆର୍ମି ଦାବି କରିଛି। ତାଙ୍କ ଅବସ୍ଥା ବିପଦମୁକ୍ତ ଏବଂ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ଥାନୀୟ ଆରଏଲଡି ବିଧାୟକ ମଦନ ଭୈୟା କହିଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ