The Topmost

“The eyes believe themselves, the ears believe other people.”

ଭିନ୍ନ ଶ୍ରେଣୀର ଯାତ୍ରୀ ନେବେ ଭିନ୍ନ ଓଜନର ଲଗେଜ୍: ରେଳ ବିଭାଗ

() ଟ୍ରେନରେ ଲଗେଜକୁ ନେଇ ରେଳ ବିଭାଗର ନୂଆ ନିର୍ଦ୍ଦେଶନାମା ଜାରି । ଏବେ ଟ୍ରେନର ପ୍ରତ୍ୟେକ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଭିନ୍ନ ଭିନ୍ନ ଓଜନର ଲଗେଜ ନେଇ ପାରିବା ଉପରେ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସର୍ବାଧିକ ୭୦ କିଲୋ ଓଜନର ଲଗେଜ ନେଇ ପାରିବେ । ସେହିଭଳି ଦ୍ୱିତୀୟ ଶ୍ରେଣୀ ଏସିରେ ଯାତ୍ରା କରୁଥିବା ଯାତ୍ରୀ ୫୦ କିଲୋ, ତୃତୀୟ ଶ୍ରେଣୀ ଏସିରେ ଯାତ୍ରା କରୁଥିବା ଯାତ୍ରୀ ୪୦ କିଲୋ ପର୍ଯ୍ୟନ୍ତ ଓଜନର ଲଗେଜ ନେଇ ପାରିବେ । ହେଲେ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀ ସର୍ବାଧିକ ୩୫ କିଲୋ ଓଜନର ଲଗେଜ ନେଇ ପାରିବେ ବୋଲି ରେଳ ବିଭାଗ ନିର୍ଦ୍ଦେଶ ଜାରି କରିଛି । ତେବେ ଏଥିରେ ବ୍ୟତିକ୍ରମ ହେଲେ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।https://thetopmost.in/tag/every-basti-called-as-ambedkar-home-at-delhi/dk