The Topmost

“The eyes believe themselves, the ears believe other people.”

ଭିତରେ କେଜ୍ରିଓ୍ବାଲ ବାହାରେ ସମର୍ଥକଙ୍କ ଧାରଣା

ସିବିଆଇରେ ହାଜର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କୁ ଜେରା କରିବ ସିବିଆଇ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇ ମୂଖ୍ୟାଳୟ ଅଭିମୁଖେ ନିଜ ଦଳର ସାଂସଦ ଓ ବିଧାୟକଙ୍କ ସହ ବାହାରିଥିଲେ । ତେବେ ସିବିଆଇରେ ହାଜର ହେବା ପୂର୍ବରୁ ଭିଡିଓ ମେସେଜ ଜାରି କରି ବିଜେପି ସମେତ କେନ୍ଦ୍ରୀୟ ସଂସ୍ଥାକୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ୍ । ଜାଣିଶୁଣି ମିଛ ମାମଲାରେ ଫଶାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ଆଡକୁ ଅଂଗୁଳି ନିର୍ଦ୍ଦେଶ କରି ସେମାନେ ବହୁତ ଶକ୍ତିଶାଳୀ ବୋଲି କହିଛନ୍ତି କେଜ୍ରିଓାଲ । କିନ୍ତୁ ତଦନ୍ତରେ ସହଯୋଗ କରିବା ନେଇ ସହମତି ପ୍ରକାଶ କରିଛନ୍ତି ଆପ୍ ସୁପ୍ରିମୋ । ଅନ୍ୟପଟେ ସିବିଆଇ ମୂଖ୍ୟାଳୟ ବାହାରେ ଓ କେଜ୍ରିଓାଲଙ୍କ ବାସଭବନ ବାହାରେ ଆଜି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରାୟ ଏକ ହଜାରରୁ ଅଧିକ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।