() ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ବିଡିଓ ଅଶ୍ୱିନୀ ଦାସ । ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଡିଏସପିଙ୍କ ନେତୃତ୍ୱରେ ଜଳେଶ୍ୱର ସ୍ଥିତ ବିଡିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରୁଛି ୫ ଜଣିଆ ଟିମ୍ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଡିଓ ଭାବରେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ ଦାସ । କେନ୍ଦ୍ରାପଡ଼ାର ପୈତୃକ ଘର, କଟକ ସ୍ଥିତ ଶ୍ୱଶୂରଙ୍କ ଘର ଏବଂ ଜଳେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ସହିତ ମୋଟ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ