ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍ କରିବା ପାଇଁ ରାଜେନ୍ଦ୍ର ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ତେବେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ କେ. ନୂଆଗାଁ ବନମାଳି ଗାଁରେ ଥିବା ଘରେ ଭିଜିଲାନ୍ସ ଛାପା ମାରିଛି । ବ୍ରହ୍ମପୁର ପ୍ରଥମ ଲେନ ଲକ୍ଷ୍ମୀବିହାରରେ ଥିବା ଘର ଓ ଅଫିସରେ ମଧ୍ୟ ଚାଲିଛି ରେଡ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା