The Topmost

“The eyes believe themselves, the ears believe other people.”

Cafe In Mumbai Run By Transgender

ଭିକ ନୁହେଁ ବାଛିଛନ୍ତି ଜୀଇବାର ନିଆରା ରାହା

ବିଭିନ୍ନ ସମୟରେ କିନ୍ନରଙ୍କର କାର୍ଯ୍ୟ ପୁରା ସମାଜ ପାଇଁ ଉଦାହରଣ ସାଜିଥାଏ । ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭିନ୍ନଭିନ୍ନ ବଡବଡ ପଦପଦବୀରେ ଅଧିଷ୍ଟ ହୋଇ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ । ସେହିଭଳି ନିଆରା ଉଦାହରଣ ସୃଷ୍ଟି ହୋଇଛି ମୁମ୍ବାଇରେ । ମୁମ୍ବାଇରେ ଖୋଲିଛି ଏକ କିନ୍ନର ପରିଚାଳିତ କାଫେ । ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କିନ୍ନର । କାଫେ ଟିର ନାଁ ରହିଛି ବମ୍ବାଇ ନଜରିଆ । ଏଠାରେ ସେଫ୍‌ ଠାରୁ ଆରମ୍ଭ କରି େୱଟର ସମସ୍ତେ କିନ୍ନର । ଏହି କାଫେ ବର୍ତ୍ତମାନ ସମାଜରେ ଏକ ନୂଆ ବର୍ତ୍ତା ପ୍ରେରଣ କରୁଛି । କାଫେର ପ୍ରଥମ ଉଦ୍ଦେଶ୍ୟ ରହିଛି ସମାଜରେ କିନ୍ନରଙ୍କ ପ୍ରତି ଥିବା ନଜରିଆରେ ପରିବର୍ତ୍ତନ ଆଣିବା । କାଫେ ପକ୍ଷରୁ ଏକ ସ୍ଲୋଗାନ ଜାରି କରାଯାଇଛି, ‘ନଜରିଆ ବଦଲୋ ନଜାରା ବଦେଲେଗା’ ।

Cafe In Mumbai Run By Transgender People
Cafe In Mumbai Run By Transgender People @thetopmost-01

http://thetopmost.in/?p=1118

http://thetopmost.in/?p=1113

http://thetopmost.in/?p=1102

http://thetopmost.in/?p=1083

ଏହି କାଫେରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପରଷା ଯାଉଛି । ଏଠାକୁ ଆସୁଥିବା ଗ୍ରାହକଙ୍କର କର୍ମଚାରୀ ମାନେ ବିଶେଷ ଧ୍ୟାନ ରଖନ୍ତି । କାଫେକୁ ଅନେକ ଲୋକ ଏହାର ଥିମ୍‌ରେ ଆକୃଷ୍ଟ ହୋଇ ଆସିଥାଆନ୍ତି ।