ବିଧାନସଭା ଛାଡି ପଳାଇଲେ ରାଜ୍ୟପାଳ ଆର ଏନ୍ ରବି । ତାମିଲନାଡୁ ବିଧାନସଭାରେ ଅଭାବନୀୟ ପରିସ୍ଥିତି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଭାଷଣ ଅବିକଳ ନପଢି ରାଜ୍ୟପାଳ ମଝି ମଝିରେ କିଛି ଅଂଶ ଛାଡି ଦେଇଥିଲେ । ଏହାକୁ ବିରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ । ଏହାସହ ତାମିଲ ଭାଷାରେ ଲିଖିତ ମୂଳ ଭାଷଣଟିକୁ ରେକର୍ଡରେ ରଖିବା ପାଇଁ ଦାବି କରିଥିଲେ । ଫଳରେ କ୍ଷୁବ୍ଧ ହୋଇ ରାଜ୍ୟପାଳ ବିଧାନସଭା ଛାଡି ବାହାରକୁ ଚାଲିଯାଇଥିଲେ । ଏପରିକି ଜାତୀୟ ସଙ୍ଗୀତ ପାଇଁ ମଧ୍ୟ ଅପେକ୍ଷା କରିନଥିଲେ । ରାଜ୍ୟପାଳ ୫୦ ମିନିଟ୍ ଧରି ଭାଷଣ ଦେଇଥିଲେ, ଯାହାକି ତାମିଲ ଭାଷାରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ ଭାଷଣର ଇଂରାଜୀ ଅନୁବାଦ । ଏଥରୁ କିଛି ଅଂଶ ପଢିନଥିଲେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଥିଲେ କି ରାଜ୍ୟପାଳ ଲିଖିତ ଭାଷଣର ୧୨ ନମ୍ବର ପଏଣ୍ଟର କିଛି ଅଂଶ ପଢିନାହାନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ