ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଝାଡଖଣ୍ଡ ହଜାରିବାଗରେ ଦେକିବାକୁ ମିଳିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ, ଝାଡ଼ଖଣ୍ଡ ଗିରିଧି ଜିଲ୍ଲା ସିୱାନେ ନଦୀ ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ବ୍ରିଜ୍ ରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ବସଟି ତଳକୁ ଖସି ପଡ଼ିଥିଲା । ତେବେ ବସ୍ ଟି ନଦୀ ଭିତରେ ନୁହେଁ ବରଂ ଶୁଖିଲା ସ୍ଥାନରେ ପଡ଼ିଥିଲା। ଯାହାଫଳରେ ବସଟି ପୂରା ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖିବୁଜିଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ