ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିଲା ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଶାଳପଡ଼ା ନିକଟରେ ଏଭଳି ଅଘଟଣ ଘଟିଛି । ଲୁହାପଥର ବୋଝେଇ ଟ୍ରକ୍ଟି କେନ୍ଦୁଝରରୁ ପାରାଦୀପ ଅଭିମୁଖେ ଯାଉଥିଲା । ଶାଳପଡ଼ା ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଓଲଟିପଡ଼ିଥିଲା ଟ୍ରକ୍ । ଟ୍ରକଟି ଓଲଟିବା ସମୟରେ ଡ୍ରାଇଭର ଡେଇଁପଡ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେଲେ ଡ୍ରାଇଭରଙ୍କ ଉପରେ ଟ୍ରକ୍ ପଡ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚିଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଘସିପୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା