() ଆହୁରି ସଶକ୍ତ ହେବ ଭାରତୀୟ ସେନା । ଏନେଇ ଭାରତ ସରକାର ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତେବେ ଆଗାମୀ ୩ ମାସରେ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ୪ ବର୍ଷ ପର୍ଯ୍ୟନ୍ତ ସେନାରେ ନିୟୋଜିତ ରହିବେ ଅଗ୍ନିବୀର । ଶାରିରୀକ ଦକ୍ଷତା ଆଧାରରେ ଦ୍ବାଦଶ ପାସ୍ ଆଶାୟୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ । ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର । ଅଗ୍ନିବୀର ହେବା ପାଇଁ ଆଶାୟୀଙ୍କ ବୟସ ସାଢେ ୧୭ ବର୍ଷ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ । ଏହି ଯୋଜନା ଅନୁସାରେ ପ୍ରତିବର୍ଷ ୪୫ ହଜାର ଯୁବପୀଢୀଙ୍କୁ ସେନାରେ ସାମିଲ କରାଯିବ । ୧୦ ସପ୍ତାହରୁ ୬ ମାସ ଯାଏଁ ଦିଆଯିବ ପ୍ରଶିକ୍ଷଣ । ଏହାପରେ ସେମାନେ ମାସିକ ୩୦ ରୁ ୪୦ ହଜାର ବେତନ ପାଇବେ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ