ଭାରତ ଯୋଡ ଯାତ୍ରାରେ ଐତିହାସିକ କ୍ଷଣ । ଏଥିରେ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ । ସେପ୍ଟେମ୍ବର ୭ ତାରିଖରୁ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ମହାରାଷ୍ଟ୍ରରେ ପହଞ୍ଛିଛି । ଏହି ଯାତ୍ରା ବେଳେ ଅନେକ କଳାକାର, ସମାଜସେବୀମାନେ ରାହୁଲ ଗାନ୍ଧୀଙ୍କ ସହ ଯୋଡି ହେଉଥିବା ଦେଖିବାକୁ ମିଳିଛି । ତେବେ ଆଜି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କୁ ଏହି ଯାତ୍ରାରେ ଦେଖିବାକୁ ମିଳିଥିଲା । ତୁଷାର ଗାନ୍ଧୀ ଏହି ପଦଯାତ୍ରାରେ ଯୋଗ ଦେବା ପରେ କଂଗ୍ରେସ ଉଲ୍ଲସିତ ହୋଇପଡିଛି । ଏବଂ ଏହା ଐତିହାସିକ କ୍ଷଣ ବୋଲି ଦଳ ତରଫରୁ କୁହାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ