The Topmost

“The eyes believe themselves, the ears believe other people.”

ଭାରତ ଭିତରକୁ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନର ଟେରର କ୍ୟାମ୍ପ

ଭାରତ ବିରୋଧରେ ପାକିସ୍ତାନର ମେଗାପ୍ଲାନ । ଏଲଓସି ନିକଟରେ ପ୍ରତିଷ୍ଠା କଲାଣି ଟେରର କ୍ୟାମ୍ପ । ନିଜ ଦେଶରେ ଥିବା ଅନେକ ଆତଙ୍କବାଦ ଶିବିର ଓ ଲଞ୍ଚ ପ୍ୟାଡଗୁଡିକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି ପାକିସ୍ତାନ । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ । ତେବେ ଭାରତ ଭିତରକୁ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନର ଏହି ଯୋଜନା । ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି ଭାରତରେ ପ୍ରବେଶ କରିବା ଲାଗି ବହୁ ଏଣ୍ଟ୍ରି ପଏଣ୍ଟ ତିଆରି କରାଯାଇଛି ।