The Topmost

“The eyes believe themselves, the ears believe other people.”

ଭାରତ ବିରୋଧରେ ପୁଣି ବିଷ ଉଗାରିଲେ ଜଷ୍ଟିନ୍‌ ଟ୍ରୁଡୋ

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ । ସେ ହିନ୍ଦୁମାନଙ୍କ ସ୍ୱସ୍ତିକ ଚିହ୍ନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସ୍ୱସ୍ତିକ ଚିହ୍ନକୁ ସେ ଘୃଣାର ପ୍ରତୀକ ବୋଲି କହିଛନ୍ତି । ଏହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି । ଜଷ୍ଟିନ୍‌ ଟ୍ରୁଡୋ ଆଜି ସକାଳୁ ସୋଶାଲ ମିଡିଆ ସାଇଟ୍‌ ‘X’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଯେତେବେଳେ ଆମେ ଘୃଣ୍ୟ ଭାଷା ଏବଂ କଳ୍ପନାକୁ ଦେଖିବା କିମ୍ବା ଶୁଣିବା, ସେତେବେଳେ ଆମେ ଏହାକୁ ନିନ୍ଦା କରିବା ଉଚିତ୍ । ସଂସଦ ହଲରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସ୍ୱସ୍ତିକ ପ୍ରଦର୍ଶନ ଅସ୍ୱୀକାର୍ଯ୍ୟ ଅଟେ । କାନାଡାବାସୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଅଛି। କିନ୍ତୁ ଆମେ ଇହୁଦି ବିରୋଧୀ ଭାବନା, ଇସଲାମୋଫୋବିଆ କିମ୍ବା କୌଣସି ପ୍ରକାରର ଘୃଣାକୁ ବରଦାସ୍ତ କରିବୁ ନାହୁଁ ।