ଇତିହାସ ରଚିଲା ଭାରତୀୟ ଅଣ୍ଡର-୧୯ ମହିଳା କ୍ରିକେଟ ଟିମ୍ । ପ୍ରଥମ ବିଶ୍ବକପ ଟି-୨୦ରେ ଚାମ୍ପିଅନ ହେଲା ଭାରତ । । ଆଜି ଫାଇନାଲରେ ଇଂଲଣ୍ଡକୁ ୭ ଓ୍ବିକେଟରେ ହରାଇ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଭାରତୀୟ ବୋଲରଙ୍କ ଆଗରେ ଫେଲ ମାରିଥିଲା ଇଂଲଣ୍ଡର ବ୍ୟାଟିଂ ଲାଇନ୍ । ପ୍ରଥମ ବ୍ୟାଟିଂ କରି ଦଳ ମାତ୍ର ୬୮ ରନ କରି ସମସ୍ତ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଆର୍. ମେକଡୋନାଲ୍ଡ ସର୍ବାଧିକ ୧୯ ରନ କରିଥିବାବେଳେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଭାରତ ପକ୍ଷରୁ ତିତସା ସିଦ୍ଧୁ, ଅର୍ଚ୍ଚନା ଦେବୀ ଓ ପାର୍ଶବୀ ଚୋପ୍ରା ୨ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ତେବେ ୬୯ ରନ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରି ଭାରତ ମାତ୍ର ୧୪ ଓଭରରେ ୩ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍