The Topmost

“The eyes believe themselves, the ears believe other people.”

ଭାରତ ଛାଡିଲେ କାନାଡାର ୪୧ କୁଟନୀତିଜ୍ଞ

ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ପୁଣିଥରେ ଡାକିନେଲେ କାନାଡା ସରକାର । ବିବାଦ ପରେ ଭାରତ ଦେଇଥିଲା ଦେଶ ଛାଡିବାର ଆଦେଶ । କାନାଡର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ଗୁରୁବାର ଦିନ ଜଣାଇଛନ୍ତି । ଭାରତ କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ଦେଶ ଛାଡିବାକୁ ଆଦେଶ ଦେଇଥିଲେ । ନଚେତ ସେମାନଙ୍କ କୁଟନୀତିଜ୍ଞଙ୍କ ପଦ ରଦ୍ଦ କରିଦିଆଯିବ । ଭାରତ ୨୦ ଅକ୍ଟୋବରରେ ଦିଲ୍ଲୀର ୨୧ କୁଟନୀତିଜ୍ଞଙ୍କୁ ଭାରତ ଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଇମିଗ୍ରେସନ ଏବଂ ଭିସା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ଖାଲିସ୍ତାନୀ ଆତଙ୍କୀ ହରଦ୍ୱୀପ ସିଂଙ୍କ ମୃତ୍ୟୁ ପରେ କାନାଡା ଓ ଭାରତ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଦ୍ୱାରା ସାର୍ବଜନିକ ଭାବରେ ଭାରତୀୟ ଏଜେନ୍ସିଙ୍କୁ କାନାଡାର ନାଗରିକ ହରଦ୍ୱୀପ ସିଂ ହତ୍ୟା ମାମଲାରେ ଯୋଡିବା ପରେ ଭାରତ ଓ କାନାଡା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି ।